ଗଣିତ ମେଳା Learning Outcomes
Odisha Board Class 4 (ଚତୁର୍ଥ ଶ୍ରେଣୀ) · 21 Learning Outcomes (LO Codes)
LO codes from SCERT Odisha and DIKSHA documents; explanations written by Panchapadi. Sources
ଦୈନନ୍ଦିନ ଜୀବନରେ ସଂଖ୍ୟାରେ ଗାଣିତିକ ପ୍ରକ୍ରିୟାର ପ୍ରୟୋଗ କରିବେ
ଦୁଇ ଓ ତିନି ଅଙ୍କ ବିଶିଷ୍ଟ ସଂଖ୍ୟାକୁ ଗୁଣନ କରିବେ ବିଭିନ୍ନ ଉପାୟରେ ଗୋଟିଏ ସଂଖ୍ୟାକୁ ଅନ୍ୟ ସଂଖ୍ୟା ଦ୍ବାରା ହରଣ କରିବେ, ଯେପରି ଚିତ୍ର ମାଧ୍ଯମରେ (ବିନ୍ଦୁ ତିଆରି କରିବେ), ସମାନ ସମାନ ସମୂହ ସୃଷ୍ଟି କରି କିମ୍ବା ବାରମ୍ଵାର ଫେଡାଣ କରି ଏବଂ ଗୁଣନ ଓ ହରଣ ମଧ୍ୟରେ ସମ୍ୱନ୍ଧ ସ୍ଥାପନ କରି
ଦୈନନ୍ଦିନ ଜୀବନ ଆଧାରିତ ସରଳ ସମସ୍ୟା, ତିଆରି କରିବେ ଓ ସମାଧାନ କରିବେ ଯାହା ଟଙ୍କା, ପଇସା, ଦୈର୍ଘ୍ୟ, ଓଜନ ଓ ଧାରକତ୍ଵ ର ଚାରି ଗାଣିତିକ ପ୍ରକ୍ରିୟା ସହ ସମ୍ପର୍କିତ ହୋଇଥିବେ।
ଭଗ୍ନ ସଂଖ୍ୟା କୁ ନେଇ କାର୍ଯ୍ୟ କରିବେ ଅଧା, ଏକ-ଚତୁର୍ଥାଂଶ (ଚଉଠ), ତିନି-ଚତୁର୍ଥାଂଶକୁ ଚିହ୍ନଟ କରିବେ (କାଗଜ ଭାଙ୍ଗି ଓ ସଂଗୃହୀତ ବସ୍ତୁକୁ ନେଇ କାର୍ଯ୍ୟ କରିବେ)
ସଂଖ୍ୟା / ସଂଖ୍ୟାସୂଚକ ବ୍ୟବହାର କରି ଅଧା, ଏକ-ଚତୁର୍ଥାଂଶ, ତିନି -ଚତୁର୍ଥାଂଶକୁ ଭଗ୍ନ ସଂଖ୍ୟାରେ ସୁଚାଇବେ