ସାହିତ୍ୟ ସୁରଭି Learning Outcomes
Odisha Board Class 8 (ଅଷ୍ଟମ ଶ୍ରେଣୀ) · 23 Learning Outcomes (LO Codes)
LO codes from SCERT Odisha and DIKSHA documents; explanations written by Panchapadi. Sources
ବିଭିନ୍ନ ବିଷୟରେ ଆଧାରିତ ଭିନ୍ନଭିନ୍ନ ପ୍ରବନ୍ଧକୁ ପଢି ଆଲୋଚନା କରିବେ, ଯେପରି - ପାଠ୍ୟପୁସ୍ତକରେ କୌଣସି ପକ୍ଷୀ ବିଷୟରେ ପଢି ପକ୍ଷୀ ଉପରେ ଲେଖା ଯାଇଥିବା ବିଶ୍ୱର ସଲିମ ଅଲ୍ଲୀଙ୍କ ପୁସ୍ତକ ପଢି ଆଲୋଚନା କରିବେ।
ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର ସାମଗ୍ରୀ, (ଯଥା - ଖବରକାଗଜ, ପତ୍ରପତ୍ରିକା, ଗପ, ଇଣ୍ଟରନେଟ, କାନ୍ଥରେ ଲଗାଯାଇଥିବା ସାମଗ୍ରୀ ଆଦି)କୁ ପଢି ବୁଝିବେ ଓ ସେଥିରେ ନିଜର ପସନ୍ଦ, ଅପସନ୍ଦ, ମତ, ସିଦ୍ଧାନ୍ତ ଆଦିକୁ ମୌଖିକ / ସାଙ୍କେତିକ ଭାଷାରେ ପ୍ରକାଶ କରିବେ।
ପଢିଥିବା ବିଷୟବସ୍ତୁକୁ ବୁଝିବା ପାଇଁ ଚିନ୍ତା କରିବେ ଓ ପ୍ରଶ୍ନ ପଚାରିବେ।
ନିଜ ପରିବେଶରେ ଥିବା ଲୋକକଥା ଓ ଲୋକଗୀତ ବିଷୟରେ କହିବେ / ଶୁଣାଇବେ।
ଅପରିଚିତ ପରିସ୍ଥିତି ଓ ଘଟଣାକୁ କଳ୍ପନା କରିବେ ଓ ସେହି ବିଷୟରେ ନିଜ ମନରେ ସୃଷ୍ଟି ହେଉଥିବା ଛବି ଓ ବିଚାରକୁ ମୌଖିକ / ସାଙ୍କେତିକ ଭାଷାରେ କହିବେ।