ଜିଜ୍ଞାସା Learning Outcomes
Odisha Board Class 8 (ଅଷ୍ଟମ ଶ୍ରେଣୀ) · 15 Learning Outcomes (LO Codes)
LO codes from SCERT Odisha and DIKSHA documents; explanations written by Panchapadi. Sources
ସାମଗ୍ରୀ ଓ ଜୀବଜନ୍ତୁଙ୍କ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବେ, (ଯେପରି – ପ୍ରାକୃତିକ ଓ ମନୁଷ୍ୟକୃତ ତନ୍ତୁ, ସଂସ୍ପର୍ଶ ଓ ଅସଂସ୍ପର୍ଶୀୟ ବଳ, ବିଦ୍ୟୁତ କୁପରିବାହୀ ଓ ସୁପରିବାହୀ ରୂପେ ତରଳ ପଦାର୍ଥ, ପ୍ରାଣୀକୋଷ ଓ ଉଭିଦକୋଷ, ଜନ୍ତୁଜ ଓ ଅଣ୍ଡଜ ପ୍ରାଣୀ) ଇତ୍ୟାଦିର ଗୁଣାବଳୀ,ଗଠନ, ଗୁଣାବଳୀ ଓ କାର୍ଯ୍ୟକାରିତାକୁ ଆଧାର କରି ପାର୍ଥକ୍ୟ ଦର୍ଶାଇବେ।
ସାମଗ୍ରୀ ଓ ଜୀବଜନ୍ତୁ ଗୁଣାବଳୀ ଆଧାରରେ ବର୍ଗୀକରଣ କରିବେ, ଉଦାହରଣ ସ୍ବରୂପ- ଧାତୁ ଓ ଅଧାତୁ, ଖରିଫ ଓ ରବି ଫସଲ, ଉପକାରୀ ଓ କ୍ଷତିକାରକ ଅଣୁଜୀବ, ଲିଙ୍ଗୀୟ ଓ ଅଲିଙ୍ଗୀୟ ଜନନ, ମହାଜାଗତିକ ବସ୍ତୁ, ସରନ୍ତି ଓ ଅସରନ୍ତି ପ୍ରାକୃତିକ ସମ୍ପଦ।
ପଚାରଯାଇଥିବା ପ୍ରଶ୍ନର ଉତ୍ତର ଖୋଜି ବାହାର କରିବାପାଇଁ ସରଳ ଅନ୍ଵେଷଣର ଆୟୋଜନ କରିବେ, ଉଦାହରଣ ସ୍ବରୂପ ଦହନ ପାଇଁ ଆବଶ୍ୟକୀୟ ସର୍ଭଗୁଡିକ କ'ଣ? ଆଚାର ଓ ମୁରବ୍ ବାରେ କାହିଁକି ଲୁଣ ଆଉ ଚିନି ଆମେ ମିଶାଇଥାଉ? ସବୁ ତରଳ ପଦାର୍ଥ ସମାନ ଗଭୀରତାରେ ସମାନ ଚାପ ପକାଇଥା'ନ୍ତି କି?
ପ୍ରକ୍ରିୟା ଓ ଘଟଣାବଳୀକୁ କାରଣ ସହିତ ସମ୍ପର୍କିତ କରିବେ, ଉଦାହରଣ ସ୍ବରୂପ – ବାୟୁରେ ଥିବା ଦୂଷିତ ପଦାର୍ଥଗୁଡିକ କୁହୁଡି ସୃଷ୍ଟି ହେବା, ଅମ୍ଳୀୟ ବର୍ଷାର ପ୍ରଭାବରେ ପ୍ରାଚୀନ କଳାକୀର୍ତ୍ତିର ଅବକ୍ଷୟ ଇତ୍ୟାଦି।