SST 701
ଭୂଅଭ୍ୟନ୍ତରର ବିଭିନ୍ନ ସ୍ତର, ଶିଳାର ପ୍ରକାରଭେଦ ବାୟୁମଣ୍ଡଳର ବିଭିନ୍ନ ସ୍ତରଗୁଡିକୁ ଚିତ୍ର ମାଧ୍ୟମରେ ଚିହ୍ନଟ କରିବେ।
SST 702
ଅଞ୍ଚଳର ଜଳବାୟୁର ବିତରଣ ଓ ବିସ୍ତୃତିକୁ ପୃଥିବୀର ମାନଚିତ୍ରରେ ବା ଗ୍ଲୋବରେ ଚିହ୍ନଟ କରିବେ।
SST 703
ଭୂମିକମ୍ପ,ବନ୍ୟା, ମରୁଡି ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗ୍ରହଣ କରାଯାଉଥିବା ବିଭିନ୍ନ ପ୍ରତିକାରମୂଳକ ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା କରିବେ।
SST 704
ଭୂମିରୂପ ଗଠନର ବିଭିନ୍ନ ନିୟାମକ ବା କାରକଗୁଡିକୁ ବର୍ଣନା କରିବେ।
SST 705
ବାୟୁମଣ୍ଡଳର ଗଠନ ଓ ସଂରଚନା ସମ୍ପର୍କରେ ବର୍ଣ୍ଣନା କରିବେ।
SST 706
ପରିବେଶର ବିଭିନ୍ନ ଉପାଦାନ ଏବଂ ସେମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କକୁ ବର୍ଣ୍ଣନା କରିବେ।
SST 707
ଚତୁଃପାର୍ଶ୍ଵସ୍ଥ ପରିବେଶକୁ ପ୍ରଦୂଷିତ କରୁଥିବା କାରକଗୁଡିକୁ ବିଶ୍ଳେଷଣ କରିବା ସହ ସେଥିପାଇଁ ନିଆଯାଉଥିବା ପ୍ରତିକାରମୂଳକ ବ୍ୟବସ୍ଥାଗୁଡିକର ତାଲିକା କରିବେ।
SST 708
ଉଦ୍ଭିଦ ଓ ପ୍ରାଣୀଜଗତର ବିବିଧତାକୁ ପ୍ରଭାବିତ କରୁଥିବା କାରକଗୁଡିକ (ଯଥା – ଜଳବାୟୁ, ଭୂମିରୁପ ଇତ୍ୟାଦି) ସମ୍ପର୍କରେ ଆଲୋଚନା କରିବେ।
SST 709
ପ୍ରାକୃତିକ ବିପର୍ଯ୍ୟୟ ଓ ଦୁର୍ବିପାକ ପାଇଁ ପ୍ରଭାବିତ କରୁଥିବା ମୁଖ୍ୟ କାରଣଗୁଡିକର ପ୍ରତିଫଳନ କରିବେ।
SST 710
ପ୍ରାକୃତିକ ସମ୍ବଳ, ଯଥା - ପବନ, ପାଣି, ଶକ୍ତି, ଉଦ୍ଭିଦ ଓ ପ୍ରାଣୀର ସଂରକ୍ଷଣ ପାଇଁ ଆବଶ୍ୟକୀୟ ସମ୍ବେଦନଶୀଳତା ପ୍ରଦର୍ଶନ କରିବେ।
SST 711
ଭାରତ ତଥା ପୃଥିବୀର ବିଭିନ୍ନ ପ୍ରକାର ଜଳବାୟୁ ପ୍ରଭାବିତ ଅଞ୍ଚଳର ଲୋକଙ୍କ ଜୀବନ ମଧ୍ୟରେ ଥିବା ସାମଞ୍ଜସ୍ୟ ଓ ବିଭିନ୍ନତା ର ଆଲୋଚନା କରିବେ।
SST 712
ନିର୍ଦ୍ଦିଷ୍ଟ ଅଞ୍ଚଳର ବିକାଶକୁ ପ୍ରଭାବିତ କରୁଥିବା ଉପାଦାନର ବିଶ୍ଳେଷଣ କରିବେ।
SST 713
ଇତିହାସରେ ବିଭିନ୍ନ ସମୟର ଅଧ୍ୟୟନ ପାଇଁ ବ୍ୟବହୃତ ସମ୍ୱଳକୁ ଉଦାହରଣ ମାଧ୍ଯମରେ ଦର୍ଶାଇବେ।
SST 714
ମଧ୍ୟ – ଯୁଗୀୟ ଗୁରୁତ୍ବପୂର୍ଣ ଐତିହାସିକ ବିକାଶଗୁଡିକୁ ଏକ ସ୍ଥାନର ବିକାଶ ସହ ଅନ୍ୟ ସ୍ଥାନର ବିକାଶକୁ ସମ୍ପର୍କିତ କରିବେ।
SST 715
ଭୌଗଳିକ ପରିସ୍ଥିତିରେ ବସବାସ କରୁଥିବା ଜନବସତି ଯଥା – ଅନୁସୂଚିତ ଜାତି, ଯାଯାବର, ମେଷପାଳକ ଏବଂ ବନଯାରା ଲୋକଙ୍କର ଜୀବିକା ଓ ଜୀବନଶୈଳୀ ମଧ୍ଯରେ ଥିବା ସମ୍ପର୍କକୁ ବର୍ଣ୍ଣନା କରିବେ।
SST 716
ମଧ୍ଯ ଯୁଗରେ ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ପରିବର୍ତ୍ତନର ବିଶ୍ଳେଷଣ କରିବେ।
SST 717
ବିଭିନ୍ନ ସାମ୍ରାଜ୍ୟ, ଯଥା – ଖୀଲିଜି, ତୋଗଲକ୍,ମୋଗଲ ଇତ୍ୟାଦିର ଶାସନ ପରିଚାଳନା ନିମନ୍ତେ ଗ୍ରହଣ କରାଯାଇଥିବା ସାମରିକ ପଦକ୍ଷେପ ଓ କୌଶଳର ବିଶ୍ଳେଷଣ କରିବେ।
SST 718
ବିଭିନ୍ନ ଶାସକମାନଙ୍କର ନୀତିଗୁଡିକ ମଧ୍ୟରେ ତୁଳନା କରିବେ।
SST 719
ମନ୍ଦିର, ଗମ୍ବୁଜ, ମସଜିଦ୍ ର ନିର୍ମାଣ ନିମନ୍ତେ ବ୍ୟବହୃତ ସ୍ବତନ୍ତ୍ର ଶୈଳୀ ଓ କୌଶଳର ବିକାଶ ସମ୍ପର୍କରେ ଉଦାହରଣ ମାଧ୍ଯମରେ ବର୍ଣ୍ଣନା କରିବେ।
SST 720
ନୂତନ ଧର୍ମର ଧାରଣା ଓ ଆନ୍ଦୋଳନର ଅଭ୍ୟୁଦୟ (ଭକ୍ତି ଓ ସୁଫି) ନିମନ୍ତେ କାରଣଗୁଡିକର ବିଶ୍ଳେଷଣ କରିବେ।
SST 721
ପ୍ରଚଳିତ ସାମାଜିକ ଶୃଙ୍ଖଳା ସମ୍ପର୍କରେ ଭକ୍ତି ଓ ସୁଫି ସନ୍ୟାସୀମାନଙ୍କର କବିତାଗୁଡିକୁ ଭିତ୍ତି କରି ନିସ୍କର୍ଷ ବାହାର କରିବେ।
SST 722
ଗଣତନ୍ତ୍ରରେ ସମାନତାର ଗୁରୁତ୍ବ ବର୍ଣନା କରିବେ।
SST 723
ରାଜନୈତିକ,ଆର୍ଥିକ, ସାମାଜିକ ସମାନତା ମଧ୍ଯରେ ପାର୍ଥକ୍ୟ ଦର୍ଶାଇବେ।
SST 724
ସମାନତା ଅଧିକାର ଆଧାରରେ ନିଜ ଅଞ୍ଚଳରେ ଦେଖାଦେଉଥିବା ସାମାଜିକ, ରାଜନୈତିକ,ଆର୍ଥିକ ବ୍ୟବସ୍ଥାଗୁଡିକୁ ବ୍ୟାଖ୍ୟା କରିବେ।
SST 725
ଆଞ୍ଚଳିକ ଓ ରାଜ୍ୟସରକାର ମଧ୍ୟରେ ପାର୍ଥକ୍ୟ ଦର୍ଶାଇବେ।
SST 726
ଆଇନ ପ୍ରଣୟନ ସମ୍ପର୍କିତ ସମ୍ବିଧାନର ନିର୍ବାଚନ ପ୍ରକ୍ରିୟା ଆଲୋଚନା କରିବେ।
SST 727
ନିଜ ଅଞ୍ଚଳର ଏମ.ଏଲ.ଏ ଙ୍କର ନାମ ଓ ନିର୍ବାଚନ ମଣ୍ଡଳୀକୁ ରାଜ୍ୟ / କେନ୍ଦ୍ରଶାସିତ ମାନଚିତ୍ରରେ ଚିହ୍ନଟ କରିବେ।
SST 728
ସମାଜର ବିଭିନ୍ନ ଭାଗରେ ନାରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧାର କାରଣ ଓ ଫଳାଫଳକୁ ବିଶ୍ଳେଷଣ କରିବେ।
SST 729
ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ନାରୀମାନଙ୍କୁ ଚିହ୍ନଟ କରିବେ।
SST 730
ଉପଯୁକ୍ତ ଉଦାହରଣ ମାଧ୍ଯମରେ ବିଭିନ୍ନ କ୍ଷେତ୍ରରେ ନାରୀମାନଙ୍କର ଅବଦାନକୁ ବର୍ଣନା କରିବେ।
SST 731
ସମ୍ବାଦପତ୍ରରୁ ଉପଯୁକ୍ତ ଉଦାହରଣ ସହ ସମ୍ବାଦପତ୍ରର କାର୍ଯ୍ୟକାରିତା ବର୍ଣ୍ଣନା କରିବେ।
SST 732
ବିଜ୍ଞାପନ ପ୍ରସ୍ତୁତ କରିବେ।
SST 733
ବିଭିନ୍ନ ପ୍ରକାର ବଜାରକୁ ପୃଥକ କରିବେ।
SST 734
ବିଭିନ୍ନ ବଜାର ମାଧ୍ୟମରେ କିପରି ଜିନିଷ ନେବା ଆଣିବା ହୁଏ ତାହା ଖୋଜି ବାହାର କରିବେ।